ପୁରୀ( ଦ କୁଇଭର):- ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ବୁଧବାର ଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ମହାପ୍ରଭୁଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । କଳି ଯୁଗରେ ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁ ପ୍ରଚଣ୍ଡ ଗ୍ରୀଷ୍ମ ତାପରୁ ରକ୍ଷା ପାଇଁ ନୌକା ବିହାର କରିଥାନ୍ତି ।
ତେବେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ହୋଇଥାଏ । ଶ୍ରୀମନ୍ଦିରରେ ଦ୍ଵି ପ୍ରହର ଧୂପ ସରିବା ପରେ ଠାକୁରମାନେ ବିମାନକୁ ବିଜେ କରିଥିଲେ । ଅପରାହ୍ନ ୪ଟାରେ ରଥ ଖଳାକୁ ଆଜ୍ଞାମାଳ ବିଜେ ସହ ବିମାନ ଉଠିଥିଲା । ତିନି ଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଧରି ରଥ ଖଳାରେ ପହଁଚିବା ପରେ ତିନି ରଥର ତିନି ମୁଖ୍ୟ ବିଶ୍ବକର୍ମାଙ୍କୁ ପ୍ରଦାନ କରିଥିଲେ । ଏହାପରେ ସୁବର୍ଣ୍ଣ ବେଣ୍ଟ ଯୁକ୍ତ କୁରାଢି ଦ୍ଵାରା ରଥ ନିର୍ମାଣ ଅନୁକୂଳ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ,ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ , ଏସପି ବିନୀତ ଅଗ୍ରୱାଲ, ଛତିଶା ନିଯୋଗ ମହାନାୟକ , ବରିଷ୍ଠ ସେବାୟତ ଉପସ୍ଥିତ ରହି ରଥ କାଠ ନିକଟରେ ପ୍ରଣିପାତ କରିଥିଲେ । ରଥ ଖଳାରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ରଥ ନିର୍ମାଣ ଅନୁକୂଳ ପରେ ବାଦ୍ୟ, କାହାଳୀ, ସଙ୍କୀର୍ତ୍ତନ ଓ ଭକ୍ତଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନି ମଧ୍ୟରେ ଶ୍ରୀବିଗ୍ରହଙ୍କ ଚଳନ୍ତି ପ୍ରତିମା ମଦନ ମୋହନ , ରାମ କୃଷ୍ଣ, ଶ୍ରୀଦେବୀ ,ଭୂଦେବୀ ଓ ଶ୍ରୀକ୍ଷେତ୍ରରେ ପଞ୍ଚ ମହାଦେବ ବିମାନ ଓ ପାଲିଙ୍କିରେ ବସି ନୌକା ବିହାର ବା ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାଇଥିଲେ । ରାମକୃଷ୍ଣ ନନ୍ଦା ଚାପରେ ଓ ମଦନମୋହନ ଭଦ୍ରା ଚାପରେ ବିରାଜମାନ କରିଥିଲେ।ଚନ୍ଦନ ଯାତ୍ରା ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ୍ ଅକ୍ଷୟ ତୃତୀୟାରୁ ଜୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ୪୨ ଦିନ ପାଳିତ ହୋଇଥାଏ। ଏହାରି ମଧ୍ୟରେ ବାହାର ଚନ୍ଦନ ଯାତ୍ରା ୨୧ ଦିନ ଓ ଭିତରେ ଚନ୍ଦନ ଯାତ୍ରା ୨୧ ଦିନ । ମଣିଷଙ୍କ ପରି ରୌଦ୍ର ତାପରୁ ମୁକ୍ତି ପାଇବା ପାଇଁ ଶରୀରକୁ ଶୀତଳତା ପ୍ରଦାନ ନିମନ୍ତେ ମହାପ୍ରଭୁ ଜଳକ୍ରୀଡା କରିଥାନ୍ତି । ପ୍ରତ୍ୟେକ ଦିନ ଦୁଇ ଥର ଅର୍ଥାତ୍ ଥରେ ଦିନ ଚାପ ଓ ଥରେ ରାତି ଚାପ ହୋଇଥାଏ । ନୌକା ବିହାର କରି ଠାକୁର ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ ମନ୍ସ ଓ କୁଣ୍ଡରେ ପୁନଃ ସ୍ନାନ କରି ଜଳକ୍ରୀଡା କରିଥାନ୍ତି । ପରେ ମାଣ୍ଡୁଅ,କାକରା , ନାନମାଳ ବା କେଳି , ରସାବଳି ପଟ ଇତ୍ୟାଦି ଭୋଗ କରାଯାଇଥାଏ ।
ଅକ୍ଷୟ ତୃତୀୟା ତିଥିରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ତଥା ଚନ୍ଦନ ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡ଼ିଥିଲା । ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବରେ ହଜାର ହଜାର ଲୋକ ମହାପ୍ରଭୁଙ୍କ ନୌକା ବିହାର ଦେଖିବା ପାଇଁ ଏକତ୍ରିତ ହୋଇଥିଲେ । ତିଥି ଅନୁଯାୟୀ ଦିନ ଚାପ ଓ ଜଳକ୍ରୀଡା ପରେ ମଦନ ମୋହନ ବିଭିନ୍ନ ବେଶ ଅର୍ଥାତ୍ ନଟବର, ରାଜାଧିରାଜ,ନଟବର, ନାବକେଳୀ, ରାସ ମଣ୍ଡଳୀ ଇତ୍ୟାଦି ବେଶ ହୋଇଥାନ୍ତି । ତେବେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଚଳଚଞ୍ଚଳ ହେଲାଣି ରଥ ଖଳା । ବିଶ୍ୱନିୟନ୍ତାଙ୍କ ରଥ ନିର୍ମାଣରେ ଲାଗିପଡ଼ିଲେଣି ରଥ ନିର୍ମାଣକାରୀ ସେବକ ।
No comments yet.
State
ବ୍ରହ୍ମପୁର( ଦ କୁଇଭର ):- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆସିକା ବିଧାୟକଙ୍କ କଥା ପସନ୍ଦ ଆସୁନି କି.... ଆସିକା ବିଧାୟକ ଯାହା କହିବାକୁ ଚାହୁଁଛନ୍ତି ତାହା ମୁଖ୍ୟମନ୍ତ୍ରୀ ଶୁଣିବାକୁ ଚାହୁଁନାହାନ୍ତି କି... ଏମିତି କ'ଣ କହିଲେ ବିଧାୟକ ଯେ ମୁଖ୍ୟମନ୍ତ୍ରୀ ସିଧା ତାଙ୍କ ହାତକୁ ଟାଣିଦେଲେ... ପ୍ରତ୍ୟେକ ଥର ଭଳି ଆଜି ମଧ୍ୟ ଆସିକା ବିଧାୟକଙ୍କୁ ଜାଣିଶୁଣି କୋଣଠେସା କରୁନାହାନ୍ତି ତ... ଏମିତି ଅନେକ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ଚାଲିଛି l
ରବିବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ପ୍ରସିଦ୍ଧ ମା'ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାରେ ପହଞ୍ଚି ମା'ଙ୍କ ଆଶୀର୍ବାଦ କାମନା କରିଥିଲେ l ସମଗ୍ର ରାଜ୍ୟ ତଥା ଜିଲ୍ଲାବାସୀଙ୍କ ଶୁଭ ମନାସି ପୂଜା କରିବା ସହ ପାରମ୍ପରିକ ପ୍ରସିଦ୍ଧ ବେଶ ବାଘ ନାଚ ଦେଖି ବେଶ ଖୁସିବ୍ୟକ୍ତ କରିଥିଲେ l ସାଙ୍ଗରେ ଥିଲେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କ ସମେତ ଅନେକ ବିଧାୟକ ଏବଂ ବିଜେପି କର୍ମୀ ଉପସ୍ଥିତ ରହିଥିଲେ l ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ବାଘ ବେଶ ଧାରୀ ତଥା ମାନସିକଧାରୀ ବାଘ ବେଶ ପଡ଼ିଥିବା ଭକ୍ତମାନେ ନୃତ୍ୟ ପରିବେଶଣ କରୁଥିବା ସମୟରେ ହଟାତ କିଛି କହିବାକୁ ଚେଷ୍ଟା କରୁଥିଲେ ହାତ ଦେଖାଇ, ଠିକ ସେହି ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସରୋଜ ବାବୁଙ୍କ କଥା ନ ଶୁଣି ଓଲଟା ତାଙ୍କ ହାତକୁ ପଛ ଆଡୁ ଟାଣି ନେଇଥିଲେ l ଯାହାକି ପ୍ରବଳ ଜନ ସମାଗମ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ହୋଇଥିବା ପରିଲକ୍ଷିତ ହୋଇଥିଲା l ଜଣେ ରାଜ୍ୟର ମୁଖିଆ, ନିଜ ଦଳୀୟ ବିଧାୟକଙ୍କୁ ଏମିତି ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏହି ପ୍ରକାର ବ୍ୟବହାର କରିବା... ଅନେକେ ସହ୍ୟ କରିପାରୁନାହାନ୍ତି ତଥା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପରିଲକ୍ଷିତ ହୋଇଛି l
ପୂର୍ବରୁ ମଧ୍ୟ ଏମିତି ଅନେକ ଥର ଆସିକା ବିଧାୟକଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୋଣଠେସା କରିବା ନଜିର ରହିଛି l ମୁଖ୍ୟମନ୍ତ୍ରୀଙ୍କ ଏହିଭଳି କିଛି କାର୍ଯ୍ୟ ସମାଜକୁ ଅନ୍ୟ ଦିଗକୁ ପ୍ରେରିତ କରିଥିବା ଲୋକ ଅଭିଯୋଗ କରୁଛନ୍ତି l ତେବେ ଏମିତି ବ୍ୟବହାର ନ ରଖି ସମସ୍ତଙ୍କୁ ନିଜର କରି ଏକ କରି ଆଗକୁ ବଢିବାପାଇଁ ଜନ ସମାଜ ରେ ଦାବି ଉଠୁଛି l
State
ଦ କୁଇଭର ବ୍ୟୁରୋ:- ମେ' ୧ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ଝଟାକା ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ବହିବ । ସାରା ରାଜ୍ୟରେ କୁଆପଥର ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୁଖ୍ୟତଃ ଅପରାହ୍ନ ପରେ ପରେ କୁଆପଥର ବର୍ଷା ଓ ବିଜୁଳି ଘଡ଼ଘଡ଼ିର ମାତ୍ରା ଅଧିକ ରହିବ । ଯାହାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୩-୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କୁଆପଥର, ବିଜୁଳି ଘଡ଼ଘଡ଼ି ଓ ଝଟକା ପବନର ଘଣ୍ଟାପ୍ରତି ବେଗ ୫୦ ରୁ ୬୦ କିମି ରହିବ । ଯାହାକୁ ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୨୯ ତାରିଖରେ ମଧ୍ୟ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଜୁଳି ଘଡ଼ଘଡ଼ି ସହ ଝଟକ ପବନ ଓ କୁଆପଥର ବର୍ଷିବ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୩୦ ତାରିଖରେ ଯଦିଓ ବର୍ଷାର ପରିମାଣ କମିବ ମାତ୍ର, କିଛି ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଜିଲ୍ଲାଗୁଡ଼ିକ ହେଉଛି, ଭଦ୍ରକ, ଯାଜପୁର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦଗରଡ଼, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ପବନର ବେଗ ୫୦ ରୁ ୬୦ କିମି ରହିବ l
ମେ' ମାସ ପହିଲାରୁ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧ ତାରିଖରେ କୋରାପୁଟ,ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ ଓ ଝଟକା ପବନ ଘଣ୍ଟାପ୍ରତି ୫୦ ରୁ ୬୦ କିମି ବେଗରେ ବହିବ । ସେପଟେ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ସହ ପବନର ବେଗ ୪୦ ରୁ ୫୦ କିମି ରହିବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
Education,State
ଦ କୁଇଭର ବ୍ୟୁରୋ:- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା-୨୦୨୫ର ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ବହୁ ପ୍ରତୀକ୍ଷିତ ଏହି ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଜାରି କରି ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ୍ ପରୀକ୍ଷା-୨୦୨୫ ପାଇଁ ୫,୧୦,୭୮୯ ଜଣ ଛାତ୍ରଛାତ୍ରୀ ଫର୍ମଫିଲପ୍ କରଥିଲେ। ଏଥିରୁ ୫,୦୨,୪୧୭ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪,୮୪,୮୬୩ ଜଣ ପାସ୍ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଚଳିତ ବର୍ଷ ମାଟ୍ରିକ୍ରେ ପାସ ପ୍ରତିଶତ ହେଲା ୯୪. ୯୩ ରହିଛି। ଚଳିତ ବର୍ଷ ୨,୪୦,୨୫୧ (୯୪%) ଜଣ ପୁଅ ପାସ୍ କରିଥିବା ବେଳେ ୨,୪୪,୬୧୨ (୯୬%) ଜଣ ଝିଅ ପାସ୍ କରିଛନ୍ତି। ମୋଟ ୧୭,୩୮୪ ଜଣ ପିଲା ଫେଲ୍ ହୋଇଛନ୍ତି। ଏ-୧ ଗ୍ରେଡ୍ରେ ୧୮୧୨, ଏ-୨ ଗ୍ରେଡ୍ରେ ୧୨,୨୦୦, ବି-୧ ଗ୍ରେଡ୍ରେ ୩୮,୮୩୧, ବି-୨ ଗ୍ରେଡରେ ୮୪,୯୭୧, ସି-ଗ୍ରେଡ୍ରେ ୧,୩୩,୮୮୨, ଡି ଗ୍ରେଡ୍ରେ ୧,୪୬,୧୫୪ ଓ ଇ ଗ୍ରେଡ୍ରେ ୬୭,୦୧୩ ଜଣ ପିଲା ପାସ୍ କରିଛନ୍ତି। ସବୁ ସ୍କୁଲରେ ପିଲାମାନେ ପାସ କରିଛନ୍ତି। ୩୨୭୩ ସ୍କୁଲରେ ଫଳାଫଳ ୧୦୦ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ୯୯.୩୫ ପ୍ରତିଶତ ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୯୨.୮୩ ପ୍ରତିଶତ ରହିଛି। ସେହିପରି ମଧ୍ୟମାରେ ୩୩୪୩ ଫର୍ମଫିଲପ କରିଥିବା ବେଳେ ୨୯୧୭ ପରୀକ୍ଷା ଦେଇଥିଲେ। ଏଥିରୁ ୨୮୬୮ ଜଣ ପାସ କରିଛନ୍ତି, ଯାହା ୮୫.୭୯ ପ୍ରତିଶତ। ଓପନ ସ୍କୁଲିଂ ପାଇଁ ୫୬୦୬ ଜଣ ଫର୍ମ ଫିଲପ୍ କରିଥିଲେ। ସେଥିରୁ ୫୫୯୧ ଜଣ ପରୀକ୍ଷା ଦେଇଥିଲେ। କିନ୍ତୁ ୪୧୮୧ ଜଣ ପାସ କରିଛନ୍ତି, ଯାହାକି ୭୬.୭୮ ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି।
ବହୁ ପ୍ରୀତିକ୍ଷିତ ମାଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ମରେ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଏହି ରେଜଲ୍ଟ ସନ୍ଧ୍ୟା ୬ଟା ପରେ ୱେବ୍ସାଇଟ୍ http://bseodisha.ac.inରେ ଦେଖିପାରିବେ। ସୂଚନାଯୋଗ୍ୟ, ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ପ୍ରତିଶତ କମ ରହିଛି। ଗତବର୍ଷ ପାସ୍ହାରି ୯୬.୨୭ ପ୍ରତିଶତ ଥିଲା।
Education,State
ଦ କୁଇଭର ବ୍ୟୁରୋ:- ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା ୬ ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୫, ୧୦, ୭୭୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ଅଛନ୍ତି ମୋଟ୍ ୫, ୨୨, ୩୩୬ ଜଣ ପରୀକ୍ଷାର୍ଥୀ । ତେବେ ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି ।
National,International
ଦ କୁଇଭର ବ୍ୟୁରୋ:- ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଗୋଟିଏ ପରେ ଗୋଟିଏ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଛି । ଏହାରି ଭିତରେ ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି ଭାରତ । କୁହୁଳୁଛି ଭାରତ-ପାକିସ୍ତାନ ଟେନସନ୍ । ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍ ବନ୍ଦ। ମେ ୨୩ ପର୍ଯ୍ୟନ୍ତ ପାକିସ୍ତାନ ଦ୍ବାରା ଅପରେଟ୍ ହେଉଥିବା ସମସ୍ତ ଏୟାରଲାଇନ୍ସ ପାଇଁ ଏୟାର ସ୍ପେସ୍ ବନ୍ଦ କଲା ଭାରତ । ପାକିସ୍ତାନରେ ପଞ୍ଜିକୃତ, ପରିଚାଳିତ ଏବଂ ଲିଜରେ ନେଇଥିବା ବିମାନ, ପାକିସ୍ତାନ ଏୟାର ଲାଇନ୍ସ ଏବଂ ସେନା ଉଡ଼ାଣ ପାଇଁ ଏୟାର ସ୍ପେସ୍ ବନ୍ଦ କଲା ଭାରତ । ଏୟାରସ୍ପେସ୍ ବନ୍ଦ ନେଇ NOTAM ନୋଟିସ ଜାରି କରିଛି ନୂଆ ଦିଲ୍ଲୀ । ପାକିସ୍ତାନ ପାଇଁ ଭାରତର ଏୟାର ସ୍ପେସ୍ ବନ୍ଦ ଏବେ ମହଙ୍ଗା ହେବ । ପାକିସ୍ତାନର କୌଣସି ବିମାନ ଭାରତୀୟ ବାୟୁସୀମା ଦେଇ ଉଡ଼ାଣ କରି ପାରିବ ନାହିଁ । ୬ ଦିନ ପୂର୍ବରୁ ଭାରତୀୟ ଏୟାରଲାଇନ୍ସ ବିମାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିଥିଲା ପାକିସ୍ତିନ । ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ ଆକ୍ସନ ନେଉଛି ଭାରତ ।
Sports
ଦ କୁଇଭର ବ୍ୟୁରୋ:- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଶାନଦାର ବିଜୟ । ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଦିଲ୍ଲୀ ଓ ବେଙ୍ଗାଲୁରୁ ମ୍ୟାଚରେ ୬ ୱିକେଟରେ ଜିତିଲା ଆରସିବି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆରସିବି । ୮ ୱିକେଟରେ ୧୬୨ ରନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଟାର୍ଗେଟକୁ ପିଛା କରି କୃଣାଳ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଦମଦାର ଜିତ ହାସଲ କରିଛି ଆରସିବି । ଦିଲ୍ଲୀର ପ୍ରଦର୍ଶନ ଆରମ୍ଭରୁ ଏତେଟା ଭଲ ନଥିଲା । ଚତୁର୍ଥ ଓଭରରେ ଅଭିଷେକ ପୋରେଲ ଆଉଟ ହୋଇଯାଇଥିଲେ । ଏହା ପରେ ତା ପର ଓଭରରେ କରୁଣ ନାୟରଙ୍କ ୱିକେଚ ପତନ ହୋଇଥିଲା । ନାୟର ମାତ୍ର ୪ ରନ କରିଥିଲେ । ଏହା ପରେ ଫାଫ ଓ କେଏଲ ରାହୁଲ ମଧ୍ୟରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ୧୦ ଓଭରରେ କୃଣାଳଙ୍କ ବଲର ଶିକାର ହୋଇଥିଲେ ଫାଫ୍ । ଫାଫ ୨୨ ରନ କରିଥିଲେ । ଏହାପରେ ଅକ୍ଷର ପଟେଲ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । ୧୪ ଓଭରରେ ତାଙ୍କର ୱିକେଟ ପତନ ହୋଇଥିଲା । କେଏଲ ରାହୁଲଙ୍କ କିଛି ବଡ ରନ କରିବେ ବୋଲି ଭାବୁଥିଲେ ଦର୍ଶକ । ହେଲେ ୩୯ ବଲରେ ସେ କେବଳ ୪୧ ରନ କରିଥିଲେ । ୨୦ ଓଭରରେ ଦିଲ୍ଲୀ ୧୬୩ ରନ ଟାର୍ଗେଟ ଦେଇଥିଲା ଆରସିବିକୁ । ଏହି ବିଜୟ ପରେ ଆରସିବି ଟେବୁଲ ଟପ୍ରେ ଟପରେ ପହଞ୍ଚି ଯାଇଛି ଆରସିବି । ୧୦ଟି ମ୍ୟାଚରୁ ୭ଟି ମ୍ୟାଚ ଜିତି ଯାଇଛି ଆରସିବି ।
State
ଦ କୁଇଭର ବ୍ୟୁରୋ:- ଆହୁରି ୩ ଦିନ ଯାଏ ତାଣ୍ଡବ ରଚିବ କାଳବୈଶାଖୀ ବର୍ଷା । ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳି ସହ ଅପରାହ୍ନରେ ହେବ କାଳବୈଶାଖୀ ବର୍ଷା । ଆସନ୍ତା ୩ ତାରିଖ ଯାଏ ବିଜୁଳି ଘଡଘଡି ସହ କୁଆ ପଥରର ସତର୍କତା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ଗଂଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୯ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ କୁଆ ପଥର ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ ଗଜପତି, ଅନୁଗୁଳ , ଢେଙ୍କାନାଳ, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, ସୋନପୁର, ବୌଦ୍ଧ, ବରଗଡ଼ ଓ ନବରଙ୍ଗପୁର ଏହି ୨୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ l ସେହିପରି ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଏହି ୭ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ସମ୍ଭାବନା ଦେଇଛି ବିଭାଗ ।
National
ନୂଆଦିଲ୍ଲୀ( ଦ କୁଇଭର):- ଶୁକ୍ରବାର ସକାଳେ ପ୍ରବଳ ବର୍ଷା ପବନ ଏବଂ ଶିଳାବୃଷ୍ଟି ଯୋଗୁ ଦିଲ୍ଲୀ ଏବଂ ଏନ୍ସିଆର୍ରେ ୪୦ ରୁ ଅଧିକ ବିମାନର ମାର୍ଗ ପରିବର୍ତ୍ତନ କରାଯାଇଛି। କେବଳ ସେତିକି ନୁହେଁ, ପ୍ରାୟ ୧୦୦ଟି ବିମାନ ବିଳମ୍ବ ମଧ୍ୟ ହୋଇଛି। ବର୍ଷା ସହିତ ପ୍ରବଳ ପବନ ବହିବା ଫଳରେ ଦ୍ୱାରକାର ଚାଷ ଜମିରେ ନିର୍ମିତ ଏକ ନଳକୂପ କୋଠରୀ ଉପରେ ଏକ ନିମ୍ବ ଗଛ ପଡ଼ିଯାଇଥିଲା। ଗଛଟି ନଳକୂପ କୋଠରୀ ଉପରେ ପଡ଼ିଯିବା ଫଳରେ କୋଠରୀଟି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେବେ ସେହି ଗ୍ନାବଶେଷ ତଳେ ଜଣେ ୨୬ ବର୍ଷୀୟା ମହିଳା ଏବଂ ତାଙ୍କର ତିନି ପିଲା ଫସି ରହିଥିବା ବେଳେ ପୁଲିସ୍ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହାୟତାରେ, ସମସ୍ତ ଚାରି ଜଣଙ୍କୁ ବାହାର କରାଯାଇ ଜାଫରପୁର କଲାନର ଆର୍ଟିଆର୍ ହସ୍ପିଟାଲ୍କୁ ପଠାଯାଇଛି। ଯେଉଁଠାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଅଜୟ ସାମାନ୍ୟ ଆହତ ହୋଇଛନ୍ତି।ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସହରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ପରେ ଅନେକ ଅଞ୍ଚଳ ପରିଦର୍ଶନ କରିଥିଲେ।
ଶୁକ୍ରବାର ସକାଳେ ଭାରତ ପାଣିପାଗ ବିଭାଗ (ଆଇଏମ୍ଡି) ଦିଲ୍ଲୀ ପାଇଁ ଏକ ରେଡ୍ ଆଲର୍ଟ ଜାରି କରିଛି, ଆଗାମୀ କିଛି ଘଣ୍ଟା ମଧ୍ୟରେ ପ୍ରବଳ ଝଡ଼ବର୍ଷା ଏବଂ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ଝଡ଼ ପବନ ବହିବାର ଚେତାବନୀ ଦେଇଛି। ଏକ ତୀବ୍ର ମେଘ ସହର ଉପରେ ଅତିକ୍ରମ କରି ଝଡ଼ ପରିସ୍ଥିତି ସୃଷ୍ଟି କରିଥିଲା, ପାଲମ ଷ୍ଟେସନରେ ୭୪ କିଲୋମିଟର ବେଗରେ ପବନ ବହିବାର ସୂଚନା ଦିଆଯାଇଛି। ଦିଲ୍ଲୀ ପାଇଁ ଜାରି କରାଯାଇଥିବା ରେଡ୍ ଆଲର୍ଟ ଏବେ ଅରେଞ୍ଜ୍ ଆଲର୍ଟରେ ପରିଣତ ହୋଇଛି।
Education
ଭୁବନେଶ୍ୱର( ଦ କୁଇଭର):- କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍) ବିଶ୍ବବିଦ୍ୟାଳୟରେ ପୁଣି ଏକ ବଡ଼ଧରଣର ଅଘଟଣ ଘଟିଛି। ଏଠାରେ ପଢୁଥିବା ଜଣେ ବିଦେଶୀ ଛାତ୍ରୀ ଜୀବନ ହାରିଥିବା ନେଇ ଗୁରୁବାର ସନ୍ଧ୍ୟାରେ ସୂଚନା ମିଳିଛି। ମୃତ ଛାତ୍ରୀ ପ୍ରୀଶା ଶାହ ନେପାଳର ବୀରଗୁଂଜର ବାସିନ୍ଦା। ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଟ୍ ଛାତ୍ରୀନିବାସ ଭିତରେ ନେପାଳୀ ଛାତ୍ରୀ ଜୀବନ ହରାଇଥିବା ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ନେପାଳର ଛାତ୍ରୀ ପ୍ରୀଶା ଶାହ କିଟ୍ରେ ଇଂଜିନିୟରିଂ ପଢୁଥିଲେ। ସେ କମ୍ପ୍ୟୁଟର ସାଇନ୍ସ ବିଷୟରେ ପ୍ରଥମ ବର୍ଷର ଛାତ୍ର ଥିଲେ ଏବଂ ଛାତ୍ରାବାସରେ ରହୁଥିଲେ ବୋଲି କୁହାଯାଉଛି। କ୍ୟାମ୍ପସ୍ରେ ଛାତ୍ରୀ ଜଣକ ଜୀବନ ହାରିଛନ୍ତି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଏଯାଏଁ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ତେବେ ରିପୋର୍ଟ ଲେଖାଯିବା ସୁଦ୍ଧା ଏନେଇ କିଟ୍ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୁଲିସ ତଦନ୍ତ ଜାରି ରଖିଛି। ପୁଲିସ କମିସନର, ଡିସିପି ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି।
ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ । ହତ୍ୟା କି ଆତ୍ମହତ୍ୟା ତାହା ବି ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।ଆଜି ମୃତ ଛାତ୍ରୀ ପ୍ରୀସାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସରେ ମୃତଦେହର ବ୍ୟବଚ୍ଛେଦ ହେବ । ପ୍ରାୟ ଅଢ଼େଇ ମାସ ତଳେ କିଟ୍ କ୍ୟାମ୍ପସରେ ହୋଇଥିଲା ଛାତ୍ରୀ ମୃତ୍ୟୁ । ଫେବ୍ରୁଆରୀ ୧୬ରେ ଆତ୍ମହତ୍ୟା କରିଥିଲେ ନେପାଳୀ ଛାତ୍ରୀ 'ପ୍ରକୃତି' । ପ୍ରାୟ ଅଢ଼େଇ ମାସ ପରେ ଏବେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।
International
ଦ କୁଇଭର ବ୍ୟୁରୋ:- ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୁଡରେ ଅଛନ୍ତି ଭାରତ ସରକାର । ଏହାରି ମଧ୍ୟରେ ସୋମବାର ଭାରତ ସରକାର ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । ଏହି ଚ୍ୟାନେଲରେ ଉତ୍ତେଜନାମୂଳକ, ସାମ୍ପ୍ରଦାୟିକ, ସମ୍ବେଦନଶୀଳ ବିଷୟବସ୍ତୁ ସହ ମିଥ୍ୟା ଓ ବିଭ୍ରାନ୍ତିକର କାହାଣୀ ଏବଂ ଭୁଲ ତଥ୍ୟ ବିସ୍ତାର କରାଯାଉଥିଲା । ଏ ନେଇ ଗୃହ ମନ୍ତ୍ରଣାଳୟର ସୁପାରିଶ ଆସିବା ପରେ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବ୍ୟାନ୍ ତାଲିକାରେ ପାକିସ୍ତାନର ମିଡିଆ ସଂସ୍ଥା ଯେପରିକି ଡନ୍, ସାମା ଟିଭି, ARY ନ୍ୟୁଜ୍, ଜିଓ ନ୍ୟୁଜ୍ , ରାଜି ନାମା, GNN ଓ ଇର୍ସାଦ ଭାଟ୍ଟି ସାମିଲ । ସରକାରୀ ସୂତ୍ରରୁ କୁହାଯାଇଛି, "ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଜମ୍ମୁ କାଶ୍ମୀରେ ଘଟିଥିବା ଦୁଃଖଦ ପହଲଗାମ ଆତଙ୍କବାଦୀ ଘଟଣାରେ ଭାରତ ଏହାର ସେନା ଏବଂ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ଉତ୍ତେଜନାମୂଳକ ତଥା ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିଷୟବସ୍ତୁ, ମିଥ୍ୟା ତଥା ବିଭ୍ରାନ୍ତିକର କାହାଣୀ ଏବଂ ଭୁଲ ତଥ୍ୟ ପ୍ରଚାର କରିବା ପାଇଁ ଡନ୍ ନ୍ୟୁଜ୍, ସାମା ଟିଭି, ଏଆଇୱାଇ ନ୍ୟୁଜ୍, ଜିଓ ନ୍ୟୁଜ୍ ସମେତ ୧୬ ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ଭାରତ ସରକାର ବ୍ୟାନ୍ କରିଛନ୍ତି ।" ବ୍ୟାନ୍ ହେବା ପରେ ଏହି ଚ୍ୟାନେଲଗୁଡ଼ିକର ଭିଡିଓ ଭାରତରେ ଷ୍ଟ୍ରିମିଂ ହେବା ବନ୍ଦ ହେବ । ଭାରତ ସରକାର ପାକିସ୍ତାନ ବିରୋଧରେ ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ପୂର୍ବରୁ ପାକିସ୍ତାନ ସରକାରଙ୍କ X ଆକାଉଣ୍ଟକୁ ମଧ୍ୟ ଭାରତ ବ୍ଲକ୍ କରିଥିଲା । ପାକିସ୍ତାନ ସରକାରଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲକୁ ଫଲୋ କରୁଥିବା ଭାରତୀୟ ୟୁଜରଙ୍କୁ ଏକ ବାର୍ତ୍ତା ଦିଆଯାଇଥିଲା ଯେଉଁଥିରେ ଲେଖାଥିଲା ଯେ ଆଇନଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତରେ @GovtofPakistan ଆକାଉଣ୍ଟକୁ ବ୍ଲକ୍ କରାଯାଇଛି ।
Health & lifestyle,State
ଦ କୁଇଭର ବ୍ୟୁରୋ:- ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ ହେବା ପରେ ପ୍ରଥମ ଥର ଲାଗି ଘରୋଇ ହସ୍ପିଟାଲମାନଙ୍କୁ କଡ଼ା ତାଗିଦ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେ କହିଛନ୍ତି। ଆୟୁଷ୍ମାନରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟୁଷ୍ମାନ ଚିକିତ୍ସାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି।ସ୍ୱାସ୍ଥ୍ୟସେବାରେ ବଡ଼ ଭୂମିକା ଗ୍ରହଣ କରିବ ଆୟୁଷ୍ମାନ କାର୍ଡ। ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ୍ତ ଲୋକ ଉପକୃତ ହେଲେ। ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ଯେପରି ବାଦ ନପଡ଼ନ୍ତି, ଯେପରି କୌଣସି ଅବହେଳା ନ ହୁଏ ସେଥିପ୍ରତି ଧ୍ୟାନଦେବାକୁ କୁହାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହୁରି ମଧ୍ୟ କହିଛନ୍ତି କି, ଆୟୁଷ୍ମାନ ପ୍ୟାକେଜ୍ ବଢାଇବାକୁ ଯୋଜନା ଚାଲିଛି। ଆଗାମୀ ଦିନରେ ଯେପରି ଲୋକଙ୍କୁ ଅଧିକ ସୁବିଧା ମିଳିପାରିବ, ସେ ଦିଗରେ ଗୁରୁତ୍ୱ ଦିଆଯାଉଛି।
National
ଦ କୁଇଭର ବ୍ୟୁରୋ:- ଆଜିଠୁ ଦର୍ଶନ ଦେବେ ବାବା କେଦାରନାଥ,ଖୋଲିଲା ବାବାଙ୍କ କପାଟ । ଆଜି ସକାଳ ପ୍ରାୟ ୭ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ବାବା କେଦାରନାଥଙ୍କ ଦ୍ବାର । ଏହା ଭଗବାନ ଶିବଙ୍କୁ ସମର୍ପିତ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଏବଂ ଉତ୍ତରାଖଣ୍ଡରେ ଅବସ୍ଥିତ ଚାରିଧାମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତିବର୍ଷ ଶୀତଦିନେ ପ୍ରବଳ ତୁଷାରପାତ ହେତୁ, ମନ୍ଦିରର ଦ୍ୱାର ବନ୍ଦ ହୋଇଯାଏ ଏବଂ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତ ଦେଖିବା ପରେ ଏହାକୁ ଖୋଲାଯାଏ ।
ଏହି ସମୟରେ ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମହାଦେବଙ୍କ ବନ୍ଦନା କରିବା ସହ ଏହି ଅଦ୍ଭୁଦ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଦ୍ବାର ଖୋଲିବାର କିଛି ସମୟ ପରେ ବାବାଙ୍କ ଦର୍ଶନ କରିଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । କପାଟ ଉଦଘାଟନ ପାଇଁ ମନ୍ଦିରକୁ ୧୦୮ କ୍ବିଣ୍ଟାଲ ଫୁଲରେ ସଜା ଯାଇଥିଲା ।ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏବଂ ପୋଲିସ ସହ ସୁରକ୍ଷା ବଳ ଉପସ୍ଥିତ ଥିଲେ । ଦ୍ବାର ଖୋଲିବା ପରେ ପ୍ରଥମ ପୂଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ହୋଇଥିଲା । ସେପଟେ ଚାରିଧାମ ଯାତ୍ରା ପାଇଁ ଭକ୍ତଙ୍କ ଲାଗି ପୋର୍ଟାଲ ବି ଖୋଲାଯାଇଛି। ସେହିପରି ଆସନ୍ତା ୪ ତାରିଖରେ ବଦ୍ରିନାଥ ଧାମ ଖୋଲିବ ।
International
ଦ କୁଇଭର ବ୍ୟୁରୋ:- ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଉପରେ ପ୍ରହାର ଆରମ୍ଭ କରିଛି ଭାରତ । ଯାହାକୁ ନେଇ ଛାନିଆ ହୋଇ ପଡି ଚୀନର ଶରଣ ପଶିଛି ପାକ । ପହଲଗାମ ଆତଙ୍କୀ ହମଲା ସମ୍ପର୍କରେ ଚୀନକୁ ଅବଗତ କରାଇଛି ଶତୃଦେଶ ପାକିସ୍ତାନ । ପାକ୍ ବୈଦେଶିକ ମନ୍ତ୍ରୀ ଇଶାକ ଦର ଚୀନ ବୈଦେଶୀକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କ ସହ ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବା,ପାରସ୍ପରିକ ସମ୍ମାନ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରିବା ଏବଂ ଏକପାଖିଆବାଦ ଏବଂ ହେଜମୋନିକ୍ ନୀତିକୁ ମିଳିତ ଭାବରେ ବିରୋଧ କରିବା ପାଇଁ ପାକିସ୍ତାନ ଏବଂ ଚୀନ୍ ଦୃଢ ସଂକଳ୍ପକୁ ଦୋହରାଇଛନ୍ତି। ରେଡିଓ ପାକିସ୍ତାନ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବାର୍ତ୍ତାଳାପ ସମୟରେ ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ଅଞ୍ଚଳର ସାମ୍ପ୍ରତିକ ଆଞ୍ଚଳିକ ପରିସ୍ଥିତି ସମ୍ପର୍କରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ପାକ୍ ବୈଦେଶିକ ମନ୍ତ୍ରୀ । ଚୀନ୍ର ନିରନ୍ତର ତଥା ଅତୁଟ ସମର୍ଥନ ପାଇଁ ପ୍ରଶଂସା କରି ପାକିସ୍ତାନ-ଚୀନ୍ ବନ୍ଧୁତା ପାଇଁ ପାକିସ୍ତାନର ଦୃଢ ପ୍ରତିବଦ୍ଧତା ଏବଂ ସର୍ବମୌସମ ରଣନୀତି ସହଯୋଗୀ ସହଭାଗୀତାର ସହଭାଗୀ ଦୃଷ୍ଟିକୋଣକୁ ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଶାନ୍ତି, ନିରାପତ୍ତା ଏବଂ ନିରନ୍ତର ବିକାଶର ସହଭାଗୀ ଉଦ୍ଦେଶ୍ୟକୁ ଆଗକୁ ବଢାଇବା ପାଇଁ ସବୁ ସ୍ତରରେ ଘନିଷ୍ଠ ଯୋଗାଯୋଗ ଏବଂ ରକ୍ଷା କରିବାକୁ ସହମତ ହୋଇଥିଲେ। ବିଦେଶୀ ଗଣମାଧ୍ୟମର ପ୍ରତିନିଧୀଙ୍କ ସହ କଥାବାର୍ତ୍ତା କରି ପାକିସ୍ତାନ ସୂଚନା ମନ୍ତ୍ରୀ ଅଟ୍ଟୁଲ୍ଲା ତାରାର କହିଛନ୍ତି ଯେ, ପାକିସ୍ତାନ ଭାରତର କୌଣସିବି ଦୁଃସାହାସିକ କାର୍ଯ୍ୟକୁ ଜବାବଦେବାକୁ ପ୍ରସ୍ତୁତ ।ଭାରତ ଆମର କଥାକୁ ଦୁର୍ବଳ ଭାବିବା ଉଚିତ ନୁହଁ । ପାକିସ୍ତାନ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ପ୍ରସ୍ତାବ ଦେଇଛି । ଯାହା ଦର୍ଶାଉଛି “ଆମର ହାତ ପରିଷ୍କାର” । ଆତଙ୍କବାଦ ବିରୋଧରେ ପାକିସ୍ତାନର ଯୁଦ୍ଧ ଜାରି ରହିବ ।
ଅନ୍ୟପଟେ ସିନ୍ଧୁ ଜଳ ଚୁକ୍ତିକୁ ଭାର ସ୍ଥଗିତ ରଖିବା ପରେ ଗତକାଲି ଝେଲମ ନଦୀରୁ ପାଣି ଛଡିଦିଆଯାଇଛି । ଯାହା ଫଳରେ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପିଓକେରେ କିଛି ଗ୍ରାମ ପାଣି ଘେରକୁ ଚାଲିଯାଇଛି । ପାକିସ୍ତାନକୁ ଅବଗତ ନକରି ଭାରତ ଏପରି କରିଥିବା ଅଭିଯୋଗ ହୋଇଛି । ମୁଜାଫରରେ ପାଣି ମାଡି ଯାଇଥିବାରୁ ଜୁରୁରୀକାଳୀନ ପରିସ୍ଥିତିଘୋଷଣା କରାଯାଇଛି ।
State,Education
ଦ କୁଇଭର ବ୍ୟୁରୋ:- ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ବୋର୍ଡ ଅଫିସରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସନ୍ଧ୍ୟା ୬ଟା ପରଠୁ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । www.bseodisha.ac.inରେ ଉପଲବ୍ଧ ହେବ ପରୀକ୍ଷା ଫଳ । ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୫, ୧୦, ୭୭୮ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସଂସ୍କୃତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟକୁ ମିଶାଇ ଅଛନ୍ତି ମୋଟ୍ ୫, ୨୨, ୩୩୬ ଜଣ ପରୀକ୍ଷାର୍ଥୀ । ତେବେ ମାଟ୍ରିକ ପରୀକ୍ଷା ଦେବା ପରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରିଛନ୍ତି ।
Sports
ଦ କୁଇଭର ବ୍ୟୁରୋ:- ଘରୋଇ ମାଟିରେ ରାଜସ୍ଥାନ ଚିତପଟାଙ୍ଗ୍, IPLର 50 ତମ ମ୍ୟାଚରେ ମୁମ୍ବାଇର ସପ୍ତମ ବିଜୟ । ଏଥିସହ IPLର 50ତମ ମ୍ୟାଚକୁ 100 ରନରେ ଜିତି ମୁମ୍ବାଇ 14 ପଏଣ୍ଟ ସହ ଟେବଲ ଟପ୍ପର ହୋଇଛି । 218 ରନ ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । 16.1 ଓଭରରେ 117 ରନରେ ଆଉଟ ହୋଇଯାଇଥିଲେ ସମସ୍ତ ଖେଳାଳି । କର୍ଣ୍ଣ ଶର୍ମା ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ 117 ରନରେ ଅଲଆଉଟ୍ କରିଥିଲା। ଏହା ସହିତ ରିୟାନ ପରାଗଙ୍କ ଦଳ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଥିବା ଦ୍ୱିତୀୟ ଦଳ ହୋଇଛି । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଯାଇଥିଲା । ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ମୁମ୍ବାଇ 20 ଓଭରରେ ଦୁଇଟି ୱିକେଟ୍ ହରାଇ 217 ରନ୍ କରିଥିଲା। ଜବାବରେ ରାଜସ୍ଥାନ 16.1 ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର 117 ରନ୍ କରିପାରିଥିଲା ଏବଂ 100 ରନ୍ ରେ ମ୍ୟାଚ୍ ହାରି ଯାଇଥିଲା। ଗତ ମ୍ୟାଚ୍ରେ 35 ବଲ୍ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀ ଖାତା ନ ଖୋଲି ଆଉଟ୍ ହୋଇଥିଲେ। ସେ ଦୀପକ ଚହରଙ୍କ ବଲ୍ର ଶିକାର ହୋଇଥିଲେ । ବୈଭବଙ୍କ ପରେ ଯଶାସୀ ଜୈସୱାଲ ମଧ୍ୟ କେବଳ 13 ରନ୍ କରି ଆଉଟ୍ ହୋଇଥିଲେ ।
State
ଦ କୁଇଭର ବ୍ୟୁରୋ:- କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ତ୍ରାହି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିଲା ତାତି । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ତେବେ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆସନ୍ତା ୨ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଲାଗି ରହିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୫ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୫ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ ଓ ଢେଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୫ଦିନ ଯାଏ ସର୍ବୋଚ୍ଚ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏହା ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା ରହିଛି ।
State
ଦ କୁଇଭର ବ୍ୟୁରୋ:- ରୁପେଲି ପରଦାରେ ଓଡ଼ିଆ କଥାଚିତ୍ର’; ୮୯ ବର୍ଷ ତଳେ ଏ ପରିକଳ୍ପନା କୌଣସି ବିସ୍ମୟଠାରୁ କମ୍ ନଥିଲା। କିନ୍ତୁ ଏହାକୁ ସାକାର ରୂପ ଦେଇଥିଲେ ସେତେବେଳର ରାସ ମାଷ୍ଟ୍ରେ ମୋହନସୁନ୍ଦର ଦେବଗୋସ୍ବାମୀ। ଐତିହ୍ୟ ମାଟି ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ଇତିହାସର ଯାତ୍ରା। କିନ୍ତୁ ପାଖରେ ଅର୍ଥ ନଥିଲା। ମୋହନ ଗୋସେଇଁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା କଥା ଶୁଣି ଅନେକ ଟାହିଟାପରା କଲେ। କିନ୍ତୁ ନିଷ୍ପତ୍ତିରେ ଅଟଳ ଥିଲେ ଗୋସେଇଁ। ମରିଚିକୋଟରେ ଥିବା ଜମି ବିକିଦେଲେ। ଚଳଚ୍ଚିତ୍ର ନିର୍ମାଣ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେଲେ। ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପୁରୀ ମାଟିରେ ଲକ୍ଷ୍ମୀ ଟକିଜ୍ ସିନେମା ହଲ୍ରେ ‘ସୀତା ବିବାହ’ ମୁକ୍ତିଲାଭ କଲା। ସେ ଓଡ଼ିଆ ଚଳଚ୍ଚିତ୍ରର ଜନକ ପାଲଟିଗଲେ। ଅଥଚ ଏହାର ପ୍ରିଣ୍ଟ ମଧ୍ୟ ସଂରକ୍ଷିତ ରଖାଯାଇପାରିଲା ନାହିଁ। ଯେଉଁ ଲକ୍ଷ୍ମୀ ଟକିଜ୍ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା, ସେ ପ୍ରେକ୍ଷାଳୟ ବି କାଳର କରାଳ ଗତିରେ ମୁହଁ ମାଡ଼ି ପଡ଼ିବା ପରେ କେହି ହାତ ବଢ଼େଇ ଉଠାଇବାକୁ ଆଗେଇ ଆସିଲେ ନାହିଁ। ସୀତା ବିବାହ’ ଚଳଚ୍ଚିତ୍ର ୧୨ ରିଲ୍ ବିଶିଷ୍ଟ ଥିଲା। ଏଥିପାଇଁ ମୋଟ ୨୯ ହଜାର ୭୮୧ ଟଙ୍କା ଦଶ ଅଣା ଖର୍ଚ୍ଚ ହୋଇଥିଲା। ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା ପାଉଣା ବାବଦରେ ନେଇଥିଲେ। ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ନେଇଥିଲେ ୧୫୦ ଟଙ୍କା। ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା ନେଇଥିଲେ। କିଛି କଳାକାର କେବଳ ଯିବାଆସିବା ଖର୍ଚ୍ଚ ବାବଦ ପାରିଶ୍ରମିକ ନେଇଥିଲେ। ମୋହନ ଗୋସେଇଁଙ୍କ ନାତି ତଥା ଗୋଆ ଇଂଜିନିୟରିଂ କଲେଜର ପୂର୍ବତନ ପ୍ରାଧ୍ୟାପକ ନଟରାଜ ଦେବଗୋସ୍ବାମୀ ଜୀବିତ ଥିବା ଅବସ୍ଥାରେ ମିଳିଥିବା ସୂଚନା ମୁତାବକ, ଏହି ଚଳଚ୍ଚିତ୍ର ପାଇଁ ମରିଚିକୋଟସ୍ଥିତ ଜମି ବିକ୍ରି ହୋଇଥିଲା, ଯାହାକୁ ସେ ପୁନଃ କ୍ରୟ କରିଥିଲେ।ଲକ୍ଷ୍ମୀ ଟକିଜ୍ରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବା ଆଗରୁ କୋଲାକାତାର ବହୁ ବଜାରରେ ଏହା ପ୍ରଦର୍ଶିତ ହୋଇଥିଲା। ଲକ୍ଷ୍ମୀ ଟକିଜ୍ରେ ମୁକ୍ତିଲାଭ ପରେ ଏହି ପ୍ରଥମ କଥାକୁହା ଓଡ଼ିଆ ଛବି ଦୁଇମାସ ପରେ କଟକରେ ମୁକ୍ତିଲାଭ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ଯଥାଯଥ ଗବେଷଣା ହୋଇପାରିନାହିଁ।
International
ଦ କୁଇଭର ବ୍ୟୁରୋ:- ଇତି ମଧ୍ୟରେ ପହଲଗାମ ଆକ୍ରମଣକୁ ୭ ଦିନ ବିତିଗଲାଣି । ଆଉ ଏହି ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି ଚଳାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ମାରଥନ ବୈଠକ କରିଛନ୍ତି । ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରି ପାକିସ୍ତାନକୁ ପାନେ ଦେବା ପାଇଁ ସ୍ବତନ୍ତ୍ର ରଣନୀତି କରିଛନ୍ତି । ତିନି ସେନା ମୁଖ୍ୟଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ପାଇବା ପରେ ଜଳ, ସ୍ଥଳ, ଆକାଶ ବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି । ନିର୍ଦ୍ଦେଶ ଆସିବା ପରେ କିଛି ଗୋଟେ ବଡ ପଦକ୍ଷେପ ନେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଭାରତର ଏହି ପ୍ରସ୍ତୁତିକୁ ଦେଖି ପାକିସ୍ତାନ ଭୟଭୀତ ହୋଇପଡିଛି । ଭାରତ ଯଦି କୌଣସି ଆକ୍ରମଣ କରେ ସେଥିରୁ ବର୍ତ୍ତିବା ପାଇଁ ଆଗୁଆ ପଦକ୍ଷେପ ନେଇଛି ପାକିସ୍ତାନ । ସୀମାରେ ତ ଲଗାତାର ୫ ଦିନ ଧରି ଗୁଳିମାଡ କରୁଛନ୍ତି ପାକ୍ ସେନା । ସେପଟେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଅନୁସାରେ ଭାରତର ଏୟାରଷ୍ଟ୍ରାଇକ ନେଇ ଆଗୁଆ ସୂଚନା ପାଇବା ପାଇଁ ପାକିସ୍ତାନୀ ସେନା ସିଆଲକୋଟ ସୀମାରେ ନିଜର ରାଡାର ମୂତୟନ କରିଛି । ଫିରୋଜପୁରକୁ ଲାଗି ରହିଥିବା ଅଂଚଳରେ ଭାରତୀୟ ସେନାର ଗତିବିଧିକୁ ଜାଣିବା ପାଇଁ ଇଲୋକଟ୍ରୋନିକ ୱାରଫେୟାରକୁ ମୂତୟନ କରାଯାଇଛି । ପୂର୍ବରୁ ଭାରତ-ପାକ୍ ସୀମାଠାରୁ ପ୍ରାୟ ୫୮ କିଲୋମିଟର ଦୂର ସ୍ଥାନରେ ଟିପିଏସ- ୭୭ ରାଡାରକୁ ମୂତୟନ କରିଥିଲା ପାକ୍ ସେନା । ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ପ୍ରତିଶୋଧ ନେବାକୁ ପଣ କରିଛି ଭାରତ। ଆତଙ୍କବାଦୀ ଓ ସେମାନଙ୍କୁ ବର୍ଷ ବର୍ଷ ଧରି ପାଳି ଆସୁଥିବା ପାକିସ୍ତାନ ବିରୋଧରେ କଡା ଆକ୍ସନ ନେବାକୁ ସାରାଦେଶରୁ ଦାବି ଉଠୁଛି । ଦଳ ମତ ନିର୍ବିଶେଷରେ ଆତଙ୍କବାଦୀଙ୍କୁ ନିପାତ ପାଇଁ ଦାବି ହେଉଛି ।ପାକିସ୍ତାନକୁ ଭାରତର ଭୟ ଘାରିଥିବା ବେଳେ ପରମାଣୁ ଯୁଦ୍ଧର ଧମକ ଦେବାକୁ ପଛାଇନାହାନ୍ତି ପାକିସ୍ତାନ ମନ୍ତ୍ରୀ । ଯୁଦ୍ଧରେ ଭାରତକୁ ହରାଇବା ସମ୍ଭବ ନୁହେଁ, ଏକଥା ପାକିସ୍ତାନ ଭଲ ଭାବେ ଜାଣିଛି । ହେଲେ ମୁହଁ ଟାଣ କରି ଓଲଟା ପରମାଣୁ ଆକ୍ରମଣର କଥା କହି ଡରାଇବାକୁ ଚେଷ୍ଟା କରୁଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି ଯେକୌଣସି ସମୟରେ ଆକ୍ରମଣ କରିପାରେ ଭାରତ । ଏଥିପାଇଁ ଆମ ସୈନ୍ୟଙ୍କୁ ମୁତୟନ କରିସାରିଛୁ । ପାକିସ୍ତାନକୁ ବିପଦ ଆସିଲେ ପରମାଣୁ ଆକ୍ରମଣ ହେବ ।
National,International
ଦ କୁଇଭର ବ୍ୟୁରୋ:- ପାକିସ୍ତାନ ଉପରେ ଭାରତର ଦ୍ବିତୀୟ ଡିଜିଟାଲ ଷ୍ଟ୍ରାଇକ । ଭାରତରେ ବ୍ୟାନ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ । ପାକିସ୍ତାନ ସୁପରଷ୍ଟାର ଅଭିନେତ୍ରୀ ହାନିଆ ଅମିର, ମାହିରା ଖାନ, ସଜଲ ଅଲ୍ଲୀ, ସିଙ୍ଗର ଓ ଅଭିନେତା ଅଲ୍ଲୀ ଜାଫର, ସନମ ସଇଦ, ବିଲାଲ ଆବାସ, ଇକରା ଅଜିଜ, ଆଏଜା ଖାନ, ଇମରାନ ଖାନ, ଇମରାନ ଆବାସ ଆଦିଙ୍କ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି । ଏହି ସବୁ ଅଭିନେତା ଅଭିନେତ୍ରୀ ଓ ସିଙ୍ଗର ଭାରତରେ ଘରେ ଘରେ ଲୋକପ୍ରିୟ ଏବଂ ସେମାନଙ୍କୁ ଭାରତରେ ବହୁ ଯୁବପିଢୀ ଅନୁସରଣ କରିଥାନ୍ତି । ପୂର୍ବରୁ ବଲିଉଡ ଫିଲ୍ମରେ ଏହି ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଏମାନଙ୍କ ଡ୍ରାମା ଭାରତରେ ଖୁବ ଲୋକପ୍ରିୟ । ସେଲିବ୍ରିଟିମାନଙ୍କ ଇନଷ୍ଟା ଆକାଉଣ୍ଟ ବ୍ୟାନ ସହ ଲୋକପ୍ରିୟ ଏଣ୍ଟରଟେନମେଣ୍ଟ ଚ୍ୟାନେଲକୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ବ୍ୟାନ କରାଯାଇଛି ।ଜିଓ ଟିଭି, ହମ୍ ଟିଭି ଏବଂ ଆର୍ଯ୍ୟା ଡିଜିଟାଲକୁ ଭାରତରେ ଦେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୂର୍ବରୁ ପହଲଗ୍ରାମ ଆତଙ୍କୀ ହମଲାକୁ ନିନ୍ଦା କରି ଅଭିନେତ୍ରୀ ମାହିରା ଖାନ ନିଜ ଇନଷ୍ଟା ଆଇଡିରେ ପୋଷ୍ଟ କରିଥିଲେ । କିନ୍ତୁ କିଛି ସମୟ ପରେ ଏହାକୁ ହଟାଇ ଦେଇଥିଲେ । ପହଲଗାମ ଆତଙ୍କୀ ହମଲା ପରେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର ।